ଅପରାଧ ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ କରିଛି । ସୂଚନା ଅନୁସାରେ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ସୀମାରେ ଥିବା ଟିକିରା ନଦୀରୁ ନିୟମିତ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ସୂଚନା ପାଇବାପରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ଛେଣ୍ଡିପଦା ମେଡ଼ିକାଲ ଛକ ପାଖରେ ଚୋରା ଚାଲାଣ ହେଉଥିବା ୫ଟି ଟ୍ରକ୍କୁ ଜବତ କରିବାସହ ଏହାର ଚାଳକ ମାମୁରିଆ ଗାଁର ନୃପତି ମାଝୀ(୩୦), ରୁଲୁ ସାହୁ(୪୦), ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଷେଣ୍ଢା ଗାଁର ପ୍ରଫୁଲ ଠାକୁର(୩୩), ଆମ୍ବଖୋଳ ଗାଁର ବଂଶୀଧର ଧଳ(୨୫) ଓ କିଶୋରନଗର ଥାନା ଅନ୍ତର୍ଗତ ହିମତିରା ଗାଁର ବିନୋଦ ବେହେରା(୩୧)ଙ୍କୁ ଗିରଫକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । Advertisement
ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର…
ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ , ତିନି ଜଣ ଗିରଫ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଜିଲ୍ଲା ବାହାରୁ ଗଞ୍ଜେଇ ନେଇ ଆସୁଥିବା ବେଳେ ସେମାନଙ୍କୁ ଧରିବାରେ…
ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ…