ମୁଖ୍ୟ ଖବର କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) Angul OnlineAugust 19, 2023August 19, 2023 ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଏକ ବିରାଟକାୟ କୁମ୍ଭୀର ଦେଖିବା ପରେ ଗାଁରେ ଏବେ ଭୟର ବାତାବରଣ । ସୂଚନା ଅନୁସାରେ ଗାଁର ଦୁଇଜଣ ଯୁବକ ନଦୀ କୂଳରେ ବସି ବନଶୀ କଣ୍ଟାରେ ମାଛ ମାରୁଥିଲେ । ଏହି ସମୟରେ ଏକ ବିରାଟ କୁମ୍ଭୀର ପାଣିରେ ଭାସୁଥିବା ସେମାନେ ଦେଖିଥିଲେ । ଏହା ଦେଖି ସେମାନେ ଭୟରେ ଦଉଡି ପଳାଇ ଆସିବା ସହ ଗାଁରେ କହିଥିଲେ । ଗାଁ ଲୋକ କୁମ୍ଭୀର ଥିବା ଜାଣି ଏବେ ଭୟରେ । କାରଣ ନଦୀ ଉପରେ ଗ୍ରାମବାସୀ ପ୍ରାୟ ନିର୍ଭରଶୀଳ । ଏହା ସହ ନଦୀକୁ ଲାଗି ଧାନ ଜମି ଲାଗି ରହିଛି । କେତେବେଳେ ନଦୀ ପାଣିରୁ ଉଠି ଆସିବ ବୋଲି ଚିନ୍ତାରେ ଲୋକେ । ତେବେ ଖବର ପାଇ ବନ ବିଭାଗ ଓ ପୁଲିସ ଗାଁରେ ପହଞ୍ଚି କୁମ୍ଭୀରର ସତ୍ୟତା ନେଇ ତଦନ୍ତ କରୁଛି ।ବନ ବିଭାଗ ମାଇକ ଦ୍ୱାରା ଲୋକଙ୍କୁ ନଦୀକୁ ନ ଯିବା ପାଇଁ ସଚେତନ ମଧ୍ଯ କରା ଯାଇଛି । https://angulonline.com/odia/wp-content/uploads/2023/08/WhatsApp-Video-2023-08-19-at-23.02.43.mp4 Advertisement
ଗୁଳିମାଡରେ ଜଣେ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର…
ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ…
ବ୍ୟାଙ୍କରେ ଜାଲି କାଗଜ ଦେଇ ଟଙ୍କା ଠକେଇ ଅଭିଯୋଗରେ ବାପ , ପୁଅ ଓ ବୋହୂ ଗିରଫ ଅନୁଗୁଳ – ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କାର ଋଣ ନେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି ।…