୩୦+ ବୟସ ବର୍ଗରେ ସେମିଫାଇନାଲ୍ ଓ ୪୦+ ବର୍ଗରେ ଫାଇନାଲ୍ ବିଜୟ; ଯୁବପିଢ଼ିଙ୍କୁ ଦେଲେ ପ୍ରେରଣାଦାୟକ ବାର୍ତ୍ତା
ଅନୁଗୋଳ: ଓଡ଼ିଶାରେ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସ୍ତରର ITF ମାଷ୍ଟର୍ସ ୨୦୦ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅର୍ଜୁନ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ୩୦+ ବୟସ ବର୍ଗରେ ସେମିଫାଇନାଲ୍ ଏବଂ ୪୦+ ବୟସ ବର୍ଗରେ ଫାଇନାଲ୍ ଜିତି ଚାମ୍ପିଅନ୍ ହୋଇଛନ୍ତି।

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖେଳ ପ୍ରତି ଆଗ୍ରହ, ନିଷ୍ଠା ଓ ନିୟମିତ ପରିଶ୍ରମ ତାଙ୍କୁ ଏହି ସଫଳତା ଦେଇଛି। ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇ ଅର୍ଜୁନ କହିଛନ୍ତି ଯେ, ବୃତ୍ତିଗତ ଜୀବନରେ କ୍ୟାରିୟର୍ ଗଢ଼ିବା ସହ ନିଜ ସ୍ୱାସ୍ଥ୍ୟ ଓ ପସନ୍ଦର କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବୟସ ସଫଳତାରେ ପ୍ରତିବନ୍ଧକ ନୁହେଁ; ଦୃଢ଼ ଇଚ୍ଛାଶକ୍ତି ଓ ଶୃଙ୍ଖଳା ରହିଲେ ଲକ୍ଷ୍ୟ ହାସଲ କରିହେବ।

