ଆଞ୍ଚଳିକ ଆଦି ଶଙ୍କରାଚାର୍ଯ୍ୟ ପ୍ରାକଟ୍ୟ ଦିବସ ପାଳିତ Angul OnlineMay 6, 2022May 6, 2022 ଅନୁଗୁଳ – ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଶୈଳ ଶ୍ରୀକ୍ଷେତ୍ର ସଦଭାବାନା ଭବନଠାର ଶିବାବତାର ଭଗବତ୍ପାଦ ଜଗଦଗୁରୁ ଶ୍ରୀମଦ୍ ଆଦି ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ୨୫୨୯ ତମ ପ୍ରାକଟ୍ୟ ଦିବସ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଯାଇଛି । ପୁରୀ ଗୋବର୍ଦ୍ଧନ ପୀଠ ସନାତନ ସନ୍ଥ ସମିତିର ସଂଯୋଜକ ସ୍ବାମୀ ସଚ୍ଚିଦାନନ୍ଦ ମହାରାଜା ମୁଖ୍ୟଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ପୁରୀ ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚିଳାନନ୍ଦ ସରସ୍ୱତୀ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ନିମନ୍ତେ ଦାବୀ ଉପସ୍ଥାପନ କରିଥିବା ପ୍ରକାଶ କରିଛନ୍ତି । ସନାତନ ହିନ୍ଦୁ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏହି ଆହ୍ୱାନକୁ ସମସ୍ତ ହିନ୍ଦୁ ସମାଜ ସମର୍ଥନ କରିବା ସହିତ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ନିମନ୍ତେ ଏକ ସ୍ବରରେ ଦାବୀ ଉଠାଇବା ଉଚିତ୍ । ବଡ ଦୁଖଃର ବିଷୟ ସନାତନ ଧର୍ମର ଶାସ୍ତ୍ର ବିଧି ତଥା ଭାରତୀୟ ପରମ୍ପରାକୁ ଆଡେଇ ହିନ୍ଦୁ ସମାଜ ପାଶ୍ଚାତ୍ୟ ପରମ୍ପରା ତଥା ଭୌତିକ ସୁଖକୁ ଆପଣେଇବାରେ ଲାଗିଛନ୍ତି ,ଯାହା ମନୁଷ୍ୟକୁ ରସାତଳକୁ ନେଇଯାଉଛି । ଶାସ୍ତ୍ରୀୟ ବିଧି ଅନୁଯାୟୀ ଜୀବନଚର୍ଯ୍ୟା ମନୁଷ୍ୟକୁ ଭୁକ୍ତି ଓ ମୁକ୍ତି ପ୍ରଦାନ କରିଥାଏ ବୋଲି ସ୍ବାମୀଙ୍କ ତାଙ୍କ ବକ୍ତବ୍ୟର ପ୍ରକାଶ କରିଥିଲେ ।ଅନୁଷ୍ଠିତ ସଭାକୁ ପଣ୍ଡିତ ଡଃ ରୋହିତ ଦାଶ ପରିଚାଳନା କରିଥିବାବେଳେ ପୁରୀ ପିଠ ପରିଷଦର ଉପାଧ୍ୟକ୍ଷ ହେମନ୍ତ ଦାଶ,ଅନୁଗୁଳ ଶାଖା ଆଦିତ୍ୟ ବାହିନୀର ସଭାପତି ଲଳିତ ଦାଶ, ପୂର୍ବତନ ସଭାପତି ବାସୁଦେବ ହୋତା ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି, ଶ୍ୟାମା ଶ୍ୟାମା ସତସଙ୍ଗ୍, ଆର୍ଯ୍ୟ ସମାଜ, ବିଶ୍ବ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ,ଗାୟତ୍ରୀ ପରିବାର,ଭାରତ ସ୍ବାଭିମାନ ନ୍ୟାସ,ଅନୁଗୁଳ ବ୍ରାହ୍ମଣ ମହାସଂଘ,ସତ୍ୟ ସାଇ ସଂଗଠନ, ଦିବ୍ୟ ଜୀବନ ସଂଘ, ବରିଷ୍ଠ ନାଗରିକ ମଞ୍ଚ,ହନୁମାନ ଭକ୍ତ ମଣ୍ତଳୀ,ରାମକୃଷ୍ଣ ସଂଘ, ରାଧାକୃଷ୍ଣ ମନ୍ଦିର ସଂଘ ଓ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି…
ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା…
ନାଲକୋ ଘରୋଇକରଣକୁ ବିରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର…