ମୁଖ୍ୟ ଖବର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ Angul OnlineJune 2, 2021June 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବେଲ୍ଟ ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ସାଇଲୋ ଭିତରକୁ ଯାଇଥିବା ବେଲ୍ଟରେ ହଠାତ ନିଆଁ ଲାଗି ଧୂଆଁ ବାହାରିବାରୁ ସେଠାରେ ଥିବା କର୍ମଚାରୀ ବେଲ୍ଟକୁ ବନ୍ଦ କରି ନିଆଁ କୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ସଟ ସର୍କିଟ ରୁ କିମ୍ବା ବେଲ୍ଟ ତଳେଥିବା ରୋଲର ଚାଲୁ ନଥିବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ରକ୍ଷଣା ବେକ୍ଷଣ ରେ ତ୍ରୁଟି ଯୋଗୁ ଏହିଭଳି ନିଆଁ ଲାଗିଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ MCL କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ । ଗତ କିଛି ମାସ ତଳେ ଭରତପୁର ଷ୍ଟୋରରେ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଟାୟାର ପୋଡି ପାଉଁଶ ହୋଇଥିଲା । ତେବେ MCL ଭରତପୁର କୋଇଲା ଖଣିର କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିଭଳି କ୍ଷତି ଘଟୁଛି ବୋଲି ,ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । https://angulonline.com/odia/wp-content/uploads/2021/06/cylo.mp4 Advertisement
ବଦଳିଲେ ନିର୍ବାହୀ ଅଧିକାରିଣୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…
୨ ଜଣଙ୍କୁ କଚାଡି ମାରିଲା ହାତୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା…