ମୁଖ୍ୟ ଖବର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ Angul OnlineJune 2, 2021June 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବେଲ୍ଟ ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ସାଇଲୋ ଭିତରକୁ ଯାଇଥିବା ବେଲ୍ଟରେ ହଠାତ ନିଆଁ ଲାଗି ଧୂଆଁ ବାହାରିବାରୁ ସେଠାରେ ଥିବା କର୍ମଚାରୀ ବେଲ୍ଟକୁ ବନ୍ଦ କରି ନିଆଁ କୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ସଟ ସର୍କିଟ ରୁ କିମ୍ବା ବେଲ୍ଟ ତଳେଥିବା ରୋଲର ଚାଲୁ ନଥିବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ରକ୍ଷଣା ବେକ୍ଷଣ ରେ ତ୍ରୁଟି ଯୋଗୁ ଏହିଭଳି ନିଆଁ ଲାଗିଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ MCL କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ । ଗତ କିଛି ମାସ ତଳେ ଭରତପୁର ଷ୍ଟୋରରେ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଟାୟାର ପୋଡି ପାଉଁଶ ହୋଇଥିଲା । ତେବେ MCL ଭରତପୁର କୋଇଲା ଖଣିର କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିଭଳି କ୍ଷତି ଘଟୁଛି ବୋଲି ,ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । https://angulonline.com/odia/wp-content/uploads/2021/06/cylo.mp4 Advertisement
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…
ପୋଖରୀରେ ବୁଡ଼ି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର…
ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।…