ଆଞ୍ଚଳିକ ଜଳିଗଲା ନନା ଜଳଖିଆ ଦୋକାନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ପୁରୁଣା ଓ ପ୍ରସିଦ୍ଧ ଜଳଖିଆ ଦୋକାନ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବସଷ୍ଟାଣ୍ଡ ନିକଟରେ ଥିବା ନନା ଜଳଖିଆ ଦୋକାନରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ସେତେବେଳକୁ ଗ୍ରାହକ କେହି ନଥିବା ବେଳେ ପ୍ରାୟ ୧୫ ଜଣ କର୍ମଚାରୀ ଭିତରେ ଜଳଖିଆ ପ୍ରସ୍ତୁତ କରୁଥିଲେ । ତେବେ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ସମ୍ପୂର୍ଣ୍ଣ ହୋଟେଲ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡ ଏତେ ଜୋରରେ ହୋଇଥିଲା ଯେ ସେହି ରାସ୍ତା ଦେଇ ଯିବା ଆସିବା ଅଧା ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରି ପାରିଥିଲା । ଜଳଖିଆ ଦୋକାନ ପାଖରେ ଏକ କେବିନରେ ୱେଲଡିଂ କରାଯାଉଥିବା ବେଳେ ସେହି ୱେଲଡିଂ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । Advertisement
ଜିଲ୍ଲାରେ ବୁଲିବ “ଗାଁ ଆମ୍ବ ପସରା ଗାଡି” ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା ୫ ତାରିଖରୁ ବୁଲିବ ଗାଁ ଆମ୍ବ ପସରା ଗାଡି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ନିୟମକୁ ଦୃଷ୍ଟିରେ ରଖ୍ ଉତ୍ପାଦକ…
ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ ଅନୁଗୋଳ – ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ…
ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ସୋମବାର…