ଅପରାଧ ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜିଜୁଦାରୁ ଗାଁର ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଚାରୋଟି ମୋବାଇଲ ଜବତ କରା ଯାଇଛି । ସୂଚନା ଅନୁସାରେ ଘୁଞ୍ଚାପାଳ ଗାଁ ର ବିଷ୍ଣୁ ନାଏକ ନାମକ ଜଣେ ବ୍ୟକ୍ତି ହାଟ କରିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ କରିବା ପରେ ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରାକୁ ଧରିବାରେ ସଫଳ ହେବା ସହ ୪ ଟି ଚୋରା ମୋବାଇଲ ଜବତ କରିଥିଲା । Advertisement
ହତ୍ୟାକାରୀ ବାପା ଓ ଦୁଇ ପୁଅଙ୍କୁ ଆଜୀବନ କରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଜିଲ୍ଲା ଦୌରା…
ଓକିଲ ପରିଚୟ ଦେଇ ମହିଳାଙ୍କ ଠାରୁ ଟଙ୍କା ଠକେଇ ଅନୁଗୁଳ – କେସ ବାବଦକୁ ଟଙ୍କା ମିଳିବ କହି ଟଙ୍କା ଓ କାଗଜପତ୍ର ଠକି ନେଲା ନକଲି ଓକିଲ । ଆଉ ଠକାମିର ଶିକାର ହୋଇଥିବା ଜାଣିବା…
ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ…