ଅପରାଧ ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ Angul OnlineAugust 25, 2021August 25, 2021 ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର ଏସି ପାଇପ ଓ ତାର କାଟି ଚୋରି କରିନେଲା । ଆଉ ଏହି ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହେବା ସହ ଏବେ ଭାଇରାଲ ହେବାର ଲାଗିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ତାମ୍ରିତ ମାର୍କେଟରେ ଥିବା ମନସୁନ , ସୀମା ଟେଲର , ଅଭୀପ୍ସା ବିଉଟି ପାର୍ଲର , ବାସନ୍ତୀ ଇଲେକ୍ଟ୍ରୋନିକ୍ସ , ଆକାଶ ଡ୍ରେସ ଓ ଆସିଆନ ଫେସନ ଦୋକାନର ମାଲିକ ମାନେ ଆଜି ଦୋକାନ ଖୋଲିବା ପରେ ଯେତେବେଳେ ଏସି ଚଳେଇବା ବେଳେ ଏସି ଆଉ ଚାଲି ନଥିଲା । କଣ ହେଇଛି ବୋଲି ଦେଖିବା ବେଳକୁ ଛାତ ଉପରୁ ଏସିର ତାର ଆଉ ପାଇପ କେହି ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ଏଭଳି କରିଛି ଚିନ୍ତା କରି ସିସି ଟିଭି ଜାଞ୍ଚ କରିବା ବେଳେ ରାତି ୨.୩୦ ରୁ ୨.୪୫ ସମୟରେ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ଏହି ୫ ଟି ଦୋକାନରେ ଲାଗିଥିବା ଏସିର ତାର ଆଉ ପାଇପ କାଟି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ଚୋର ଏଭଳି ଏସିର ପାଇପ ଆଉ ତାର କାହିଁକି ଚୋରି କରିଲା ତାହା ଜଣା ପଡି ନାହିଁ । ଏହାକୁ ଚୋରି କରି କବାଡିରେ ବିକ୍ରି କରିବା ପରେ ମଦ ପିଇବାକୁ ଏଭଳି କରି ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । https://angulonline.com/odia/wp-content/uploads/2021/08/WhatsApp-Video-2021-08-25-at-18.46.58.mp4 Advertisement
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…
ଚୋରା ଶାଗୁଆନ କାଠ ଗଣ୍ଡି ଭର୍ତ୍ତି ପିକଅପ ଭ୍ୟାନ ଜବତ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ଭାଗଲାକଟା ପ୍ରଧାନ ବନ୍ଧ ନିକଟରୁ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ଭ୍ୟାନକୁ ଜବତ କରିବା ସହିତ…
ବିବାହର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତ୍ୱରିତ ବିଚାର ନ୍ୟାୟାଧୀଶ ୨୦ ବର୍ଷ କାରାଦଣ୍ଡରେ…