ଆଞ୍ଚଳିକ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ ଅତିଥି ଭାଵରେ ଡ. ଧରଣୀଧର ନାଥ ଯୋଗଦେଇ ଉପସ୍ଥିତ ଜେଜେ ମା’ ଏବଂ ଜେଜେ ବାପାଙ୍କୁ ସମ୍ମାନିତ କରିଥିଲେ । ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରିଆନ ନିଖିଲ ରଞ୍ଜନ ମିଶ୍ର ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମିଶ୍ର ଯୋଗଦେଇ ଆଜିର ସମାଜରେ ଜେଜେ ଵାପା ଏବଂ ଜେଜେ ମା’ଙ୍କ ଆବଶ୍ୟକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଜେଜେ ଵାପା ଏବଂ ଜେଜେ ମା’ ନୂଆ ପିଢିର କଳିକା ମାନଙ୍କୁ ସଠିକ ମାର୍ଗରେ ଦିଗଦର୍ଶନ ଦେଵା ସହ ଵିଦ୍ୟାଳୟର ଏହି ସ୍ଵତନ୍ତ୍ର ପ୍ରୟାସ ପାଇଁ ଧନ୍ୟଵାଦ ଏବଂ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଵେହେରା , ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳିକା ଅନୁଭା ମିଶ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶଙ୍କ ତତ୍ଵାଵଧାନରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Advertisement
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଅମ୍ରିତ ମହୋତ୍ସବ ଅବସରରେ ୧୧୮ ୟୁନିଟ ରକ୍ତ ସଂଗ୍ରହ ଅନୁଗୁଳ – ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର…
ମିଛ ଫଟୋ ଦେଇ ଟ୍ରୋଲ ହେଲେ ବିଧାୟକ ଅନୁଗୁଳ – ସାମାଜିକ ଗଣମାଧ୍ୟମର ଚାହିଦାକୁ ଦେଖି ନେତା ମାନେ ନିଜ ପ୍ରଚାର ପ୍ରସାର କରିବାର ସୁଯୋଗକୁ ହାତଛଡା କରୁ ନାହାନ୍ତି । ନିଜ ଅଞ୍ଚଳର ପ୍ରତ୍ଯେକ…