ଅପରାଧ ଟିକନ ହତ୍ୟା ଅପରାଧୀ ଗିରଫ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ବେନ୍ତପୁର ମୁଣ୍ଡହତାସାହିର ବିଜୁ ନାଏକ । ପୁଲିସ ସୂଚନା ଅନୁସାରେ ୧୧ ତାରିଖ ସକାଳେ ବିଜୁ ଓ ଟିକନ ଏକାଠି ମଦ୍ୟପାନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ମିଳାମିଶା ହୋଇ ଯାଇଥିଲେ । ତେବେ ସନ୍ଧ୍ୟାରେ ପୁଣି ଉଭୟ ଏକାଠି ହେବା ସହ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବିଜୁ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନ ପେଟକୁ ଆଘାତ କରିଥିଲା । ଏଥିରେ ଟିକନର ଅନ୍ତଃବୁଜୁଳା ବାହାରି ଯାଇଥିବା ବେଳେ ଟିକନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ସଦର ଥାନା ପୁଲିସ ବିଜୁ ନାଏକକୁ ଦଫା ୩୦୨-୩୪ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି…
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…
ପଥରରେ ଛେଚି ମହିଳାଙ୍କୁ ହତ୍ୟା – ବୋହୁ, ସମୁଦୁଣି ଅଟକ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥିବା ଏକ ଭଡା ଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର…