ମୁଖ୍ୟ ଖବର ମୋଟରସାଇକେଲ ଧକ୍କାରେ ଜଣେ ମୃତ Angul OnlineMarch 29, 2022March 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୁଦପାଳ ଛକ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟ ହୋଇଛି । ମୃତକ ଯୁବକ ଜଣକ ନାଣ୍ଡିଛୋଡା ଗ୍ରାମର ଭରତ ଗଡନାୟକ ବୋଲି ଜଣାପଡିଛି । ସୂଚନା ଅନୁସାରେ ନାଣ୍ଡିଛୋଡ ଗ୍ରାମର ଭରତ ଗଡନାୟକ ରାତି ସାଢେ ୯ଟା ବେଳେ କୁଦପାଳ ଛକ ନିକଟରେ ଛିଡା ହୋଇଥିବା ବେଳେ କୋଶଳାରୁ ଅନୁଗୁଳ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ଲୋକ କ୍ଷତିପୂରଣ ଦାବିରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଓ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡିଛି । ଅପରପକ୍ଷେ ପୁଲିସ ଘଟଣାର ତଦନ୍ତ କରିବା ସହିତ ମୋଟରସାଇକେଲ ଓ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଟାଙ୍ଗିରି ଗାଁରେ ଶନିବାର ଅପରାହ୍ନରେ ଜଣେ ବୃଦ୍ଧଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…
ଭଡା ଘରେ ଚାଲିଥିଲା ବେଆଇନ ଅଲଟ୍ରାସାଉଣ୍ଡ – ପୁଲିସ ଓ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା ଗାଁର ଏକ ଘରେ ପୁଲିସ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି । ଗାଁର ଉକ୍ତ…