ମୁଖ୍ୟ ଖବର ଜାଲ ପ୍ରମାଣପତ୍ରରେ ପିଇଟି ଚାକିରି ଘଟଣା – ମହିଳା ପିଇଟି ଗିରଫ Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଅନୁଗୁଳ ଥାନାରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରା ଯାଇଥିଲା । ତେବେ ଏହି ଘଟଣାରେ ଅନୁଗୁଳ ପୁଲିସ ଜଣେ ମହିଳା ପିଇଟିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ପିଇଟି ଶିକ୍ଷକ ଥିବା ସୁପ୍ରଭା ସାହୁ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ କରିଥିଲେ । ସୁପ୍ରଭାଙ୍କ ଘର ପାଟକୁରା ଥାନା ଗୋବିନ୍ଦପୁର ଅଞ୍ଚଳର ବୋଲି ଜଣା ପଡିଛି । ସେ ଚାକିରି କରିବା ପାଇଁ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ପ୍ରମାଣପତ୍ର ଦାଖଲ କରିଥିଲେ । ତେବେ ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଯାଞ୍ଚ ବେଳେ ଉକ୍ତ ଅନୁଷ୍ଠାନରେ ଏଭଳି ନାମଧାରୀ କେହି ତାଲିମ ନେଇ ନଥିବା ଜଣା ପଡିଥିଲା । ଏହି ଆଧାରରେ ଅନୁଗୁଳ ପୁଲିସ ଆଜି ସୁପ୍ରଭା ସାହୁ ରହୁଥିବା ବଳରାମପ୍ରସାଦର ଏକ ଭଡାଘରୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଟିଙ୍କ ପ୍ରାଦୁର୍ଭାବରେ ଆତଙ୍କିତ ଗ୍ରାମବାସୀ ପାଲଲହଡା – ସନ୍ଧ୍ୟା ହେଲେ ପତରିଆ ଟିଙ୍କର ଆତଙ୍କ । ଦୁଇ ଦିନ ହେବ ଅସ୍ତବ୍ୟସ୍ତ ଗ୍ରାମବାସୀ । ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର…
ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ ତାଳଚେର -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ବଲାଙ୍ଗୀ ଗ୍ରାମର ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ସିଂଙ୍କର ରବିବାର ଏକ ସଡକ ଦୁର୍ଘଟଣା ମୃତ୍ଯୁ ହୋଇଛି ।…
ସୁନ୍ଦରୀ ସବୁଦିନ ପାଇଁ କାଟିବା ବନ୍ଦୀ ଜୀବନ ଅନୁଗୁଳ – ବାଘର ଆନ୍ତରାଜ୍ୟ ସ୍ଥାନାନ୍ତରରେ ପ୍ରଥମ ଥର ପାଇଁ ପ୍ରୟାସ କେବଳ ବିଫଳତାରେ ଶେଷ ହୋଇନାହିଁ , ବରଂ ବର୍ତ୍ତମାନ ପଶୁ ଉପରେ ଏହାର ବେଶ…