ମୁଖ୍ୟ ଖବର ନଦୀରେ ଫୋପାଡି ଦେଲେ ମୃତ ଶିଶୁକନ୍ୟା Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ପାତ୍ରପଡା ପଞ୍ଚାୟତ ରାଇପାଳ ଗ୍ରାମ ନିକଟସ୍ଥ ଆଉଁଳି ନଦୀ ପୋଲ ନିକଟରେ ଏକ ନବଜାତ ଶିଶୁକନ୍ୟା ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଶିଶୁକନ୍ୟାକୁ ଦେଖିବା ପାଇଁ ଭିଡ ଜମିଥିଲା । ଆଉଁଳି ନଦୀରେ ଭାସୁଥିବା ମୃତ ନବଜାତ ଶିଶୁକନ୍ୟାଟି ଆଉଁଳି ଗ୍ରାମର ହୋଇଥିବା ବେଳେ ଶିଶୁକନ୍ୟାର ଆଇ ଖବର ପାଇ ଆଉଁଳି ନଦୀରେ ଭାସୁଥିବା ଶିଶୁକନ୍ୟାକୁ ଉଦ୍ଧାର କରି ସେଠାରୁ ନେଇ ଯାଇଥିଲେ । ମୃତ ନବଜାତ ଶିଶୁକନ୍ୟାଟି ଜରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଶିଶୁର ମୃତ୍ୟୁ ହେବା ପରେ ରାତି ପ୍ରାୟ ୧୨ଟା ବେଳେ ଗାଁକୁ ଆଣିଥିଲେ । ଗାଁକୁ ଆସିବା ବାଟରେ ଆଉଁଳି ନଦୀ ପଡିବାରୁ ସେଠାରେ ନଦୀକୁ ଫୋପାଡି ଦେଇ ଘରକୁ ଯାଇଥିଲେ । ନଦୀ ପାଣିରେ ଶିଶୁଟି ଭାସିଯିବ ଭାବି ଫୋପାଡି ଦେଇଥିଲୁ କିନ୍ତୁ ନଭାସି କୂଳରେ ଲାଗିଯାଇଥିଲା ବୋଲି ଶିଶୁକନ୍ୟାର ଆଈ କହିଛନ୍ତି । ତାକୁ ଏବେ ନେଇ ପୋତି ଦେବେ ବୋଲି ସେ ପ୍ରକାଶ କରିଛନ୍ତି । Advertisement
ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ ।…
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…
୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ…