ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବସ୍ ମାଲିକ ସଂଘର ଆଗାମୀ ୨୦୨୬-୨୭ ମସିହା ପାଇଁ ନୂତନ କର୍ମକର୍ତା ଚୟନ ହୋଇଯାଇଛି । ବସଷ୍ଟାଣ୍ଡ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ବାର୍ଷିକ ବୈଠକରେ ଆଇନ୍ ପରାମର୍ଶଦାତା ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତା ଚୟନ ହୋଇଥିଲା ।

ଏଥିରେ ସଭାପତି ଭାବେ ଇଂ ଶ୍ରୀକାନ୍ତ କୁମାର ପାଣି ଓ ସାଧାରଣ ସଂପାଦକ ଭାବେ ସୁରେଶ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସୁମନ୍ତ କୁମାର ମଲ୍ଲିକ୍, ସହ ସଂପାଦକ ଭାବେ ବିକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଭାବେ ମଦନ ମୋହନ ମହାନ୍ତି, ସମୀକ୍ଷକ ଭାବେ ନରେଶ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଛି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସଞ୍ଜୟ ଘଟୁଆରୀ, ଶ୍ରୀଧର ସାମଲ, ଅବିନାଶ ସାହୁ, ଶାନ୍ତନୁ ମଲ୍ଲିକ୍, ଶୁଭ୍ରାଂଶୁ ଶେଖର ସେନାପତି ଏବଂ ଆଇନ୍ ପରାମର୍ଶ ଦାତା ଭାବେ ହରେକୃଷ୍ଣ ପାତ୍ରଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ନୂତନ କର୍ମକର୍ତାଙ୍କୁ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।

